ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଲ ପଞ୍ଚାୟତ ସେହି ଗ୍ରାମର ଅବସରପ୍ରାପ୍ତ କୃଷି ଅଧିକାରୀ ଦିବଂଗତ ବାଙ୍କିମ ଚନ୍ଦ୍ର ଜେନାଙ୍କ ତ୍ରୟୋଦଶ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ହରିନାମ ସଂକୀର୍ତ୍ତନ ଓ ଅନ୍ନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶ୍ରୀଯୁକ୍ତ ଜେନା ଜଣେ ଦେବ ପ୍ରତିମ ମଣିଷ ଥିବାସହ ମେଳାପି, ନିଷ୍ଠାବାନ ଏବଂ କର୍ତ୍ତବ୍ୟପରାୟଣ ବ୍ୟକ୍ତିତ୍ୱ ଥିଲେ ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ନାଗରିକ ମୁରଲୀ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ପ୍ରତିଷ୍ଠାତା-ସମ୍ପାଦକ ରାଜକିଶୋର ଜେନାଙ୍କ ସଂଚାଳନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ମୁଖ୍ୟବକ୍ତା ପ୍ରଖ୍ୟାତ ଶିକ୍ଷାବିତ୍ କବି କାଳିକିଙ୍କର ଦାସ, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ, ସମ୍ମାନିତ ଅତିଥି ଭାବେ କବି ସୁକୁମାର ଦାସ, ପ୍ରଧାନ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା, ରୋଟାରିଆନ ଡ଼ଃ. ଶିବ ନାରାୟଣ ପାତ୍ର, ନୟାପାଲି ଗ୍ରାମସଭାପତି ତରୁଣକାନ୍ତି ପାତ୍ର, ପୂର୍ବତନ ସରପଞ୍ଚ ଦିବ୍ୟନ୍ଦୁ ବିକାଶ ପାତ୍ର, ସଦସ୍ୟା ବିନତୀ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାର୍କଣ୍ଡ ଜେନା, ନାଏବ ସରପଞ୍ଚ ଜୟନ୍ତ କୁମାର ସିଂ, ପୂର୍ବତନ ସମବାୟ ସଭାପତି ଆଶୁତୋଷ ମହାନ୍ତି, ସରକାରୀ ଆଇନଜୀବୀ ସୀତାଂଶୁ ଶେଖର ଦାସ, ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ସେକ୍ସନ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ, ସମାଜସେବୀ ଭାସ୍କର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ଜାମାତା ଜୟନ୍ତ କୁମାର ଜେନା, ପୁତ୍ର ସଞ୍ଜିତ, ଅଜିତ ପୁତୁରା ସୂର୍ଯ୍ୟକାନ୍ତ, ସୁଜିତ, ସୁମିତ ଓ ଆତ୍ମୀୟ ସ୍ୱଜନ ପରିବାରବର୍ଗ ପରିଚାଳନା କରିଥିଲେ ।