ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା

କେନ୍ଦ୍ରାପଡ଼ା : ବ୍ରାହ୍ମଣୀ ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ-ନଳପାହି ଘାଟରୁ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଯାଇଥିବା ବେଳେ ଡ଼ଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ଆଳି ବ୍ଲକ ଏକମାଣିଆ-ନଳପାହି ଘାଟରୁ ରାଜନଗର ବ୍ଲକ କେରଡ଼ାଗଡ଼ ଅଭିମୁଖେ ବ୍ରାହ୍ମଣୀ ନଦୀରେ ଯାଉଥିବା ଏକ ଯାତ୍ରୀବାହୀ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଯାତ୍ରୀଙ୍କର ବିଶେଷ କ୍ଷୟକ୍ଷତି ହୋଇନାହିଁ । ଡଙ୍ଗାରେ ପ୍ରାୟ ୨୦ରୁ ୩୦ ଜଣ ଯାତ୍ରୀ ଥିଲେ । ବାଇକ୍ ଓ ସାଇକେଲ ମଧ୍ୟ ତତ୍କାଳ ଡଙ୍ଗାରୁ ବାହାର କରି ନିଆଯାଇଥିଲା ।

Leave A Reply

Your email address will not be published.