ରାଜ୍ୟ ବାହାରକୁ ଚାଲାଣ ବେଳେ ୨୫ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଅଟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଏହି ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ଏହା ସହ ୩ଟି ଚାରି ଚକିଆ ଗାଡି ଓ ଦାଦନ ସର୍ଦ୍ଦାରକୁ ପୋଲିସ ଗିରଫ କରିଛି । ଉଦ୍ଧାର ହୋଇଥିବା ଶ୍ରମିକମାନେ ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ୨୫ ଜଣ ଦାଦନ ଶ୍ରମିକ ୩ଟି ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଉଥିଲେ । କଣ୍ଟାବାଞ୍ଜିରେ ପହଞ୍ଚିବା ପରେ ସେମାନେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଯାଇଥାନ୍ତେ । ତେବେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗୋଲେଇ ଛକରେ ଗାଡି ଅଟକାଇ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ଏହା ସହ ୩ଟି ଗାଡି ଜବତ କରିବା ସହ ଦାଦନ ସର୍ଦ୍ଦାରକୁ ପୋଲିସ ଅଟକ ରଖିଛି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ, ୧୧ ଜଣ ମହିଳା ଓ ୬ ଜଣ ଶିଶୁ ଅଛନ୍ତି । ସେମାନଙ୍କ କାଗଜପତ୍ର ଯାଞ୍ଚ୍ କରିବା ପରେ ଛାଡ଼ି ଦିଆଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.

error: Content is protected !!