jsm

ଖପ୍ରାଖୋଲ ପୋଲିସର ଚଢ଼ାଉ : ଆଠ ଦାଦନ ଶ୍ରମିକ ଉଦ୍ଧାର

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କନ୍ଧେନଝୁଲା ଗାଁ ଛକରେ ଏକ ଗାଡି ଯୋଗେ କିଛି ମହିଳା ପୁରୁଷ ଯାଉଥିବା ଦେଖି ଗାଡ଼ି ଅଟକାଇ ପଚାର ଉଚୁରା ସମୟରେ ପଡ଼ିଆବାହାଲ ପଞ୍ଚାୟତ ଭରୁଆ ମୁଣ୍ଡା ଗାଁର ପାଞ୍ଚ ଜଣ ମହିଳା ଓ ତିନି ଜଣ ପୁରୁଷ ସହ ଚାରି ଜଣ ଶିଶୁକୁ ପୋଲିସ ଉଦ୍ଧାର କରିଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନ ୨୧୧/୨୧ରେ ଏକ ମାମଲା ରୁଜୁ କରିବା ସହ ବେଆଇନ ଦାଦନ ଚାଲାଣ ଅଭିଯୋଗରେ କଣ୍ଟାବାଜିର ଦାଦନ ମଧ୍ୟସ୍ତି ଅମର ବଗ(୪୭), ବିରଞ୍ଚି ବଗ(୪୧), ପୁର୍ଣ୍ଣ ବଗର୍ତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଦାଦନ ସର୍ଦ୍ଦାର କନ୍ଧେନ ଝୁଲା ଗାଁର ଗୋପ ରାୟର ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମା କାନ୍ତ ସାହୁ ପ୍ରକାଶ କରିଛନ୍ତି । ଉଦ୍ଧାର ଦାଦନ ଶ୍ରମିକ ମାନଙ୍କୁ ନିଜ ଘରକୁ ପଠେଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.