ମ.ରାମପୁର, (ହେମନ୍ତ ପ୍ରଧାନ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୯ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ପାଚିକା ସହାୟିକା ମଜଦୁର ସଂଘ ମ.ରାମପୁର ପକ୍ଷରୁ ପାଚିକା ସଂଘ ସଭାନେତ୍ରୀ ସାବିତ୍ରୀ ମୁଣ୍ଡାଙ୍କ ନେତୃତ୍ୱରେ ମ.ରାମପୁର ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ୬ ଦଫା ଦାବୀ ଯଥା, ପାଚିକା ଓ ସହାୟିକାମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ, ପାଚିକା ସହାୟିକାମାନଙ୍କ ଇପିଏଫ୍, ଇସିଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯାଉ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାର ବର୍ଗଙ୍କୁ ପଚାଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପାଚିକା ଓ ସହାୟିକାମାନଙ୍କ ପାଇଁ ବୀମାଭୁକ୍ତ କରାଯାଉ, ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ ବୋଲି ଏକ ପ୍ରତିବାଦ ସଭା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ୬ ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ଉଲାସ ଭୋଇ ସମ୍ପାଦିକା, ବିରଞ୍ଚି ନାରାୟଣ ପଣ୍ଡା ପ୍ରଭାରୀ ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ଜିଲ୍ଲା, ସୁରେନ୍ଦ୍ର ମୋହନ କର ସଂଗଠନ ସମ୍ପାଦକ, ନବୀନ ଛତ୍ରିଆ କାର୍ଯ୍ୟକାରୀ ସଭାପତି, ସନ୍ୟାସ ପ୍ରଧାନ, କୌଶିକ କପାଟ, କମ୍ଭୁପାଣି ସାହୁ, ଉମାକାନ୍ତ ବାଗ, ଚନ୍ଦ୍ରିକା ରଣା, ସୁଷମା ପୁଝାରୀ, ପ୍ରତିମା ମାଝୀ, ବଳିତା ମହାକୁଡ଼, ସୌଦାମିନୀ ମାଝୀ, ରଶ୍ମିତା ବରିହା ପ୍ରମୁଖ ଯୋଗ ଦେଇଥିଲେ ।
Next Post