oum

ସ୍ଥାୟୀ ନିଯୁକ୍ତି ଦାବୀରେ ବୁର୍ଲା ମେଡ଼ିକାଲର ଏଏନ୍‌ଏମ୍ କର୍ମୀଙ୍କ ଧାରଣା

jsm

ସମ୍ବଲପୁର : ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ ଚାଲିଥିବା ସୂଚନା ମିଳିଛି । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ରୁ ଅଧିକ ଏଏନ୍‌ଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନ୍‌ଏମ୍‌ କର୍ମୀମାନେ ନୂଆ ନିଯୁକ୍ତି ପାଇଁ ବାହାରିଥିବା ଚାକିରୀରେ ରଖାଯାଉ ବୋଲି ଦାବୀ କରିଛନ୍ତି । ସେମାଙ୍କ ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳକାରୀମାନେ କହିଛନ୍ତି ।

Leave A Reply

Your email address will not be published.