ପୁଣି କରୋନାରେ ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲେଟି ଚିକିତ୍ସାଳୟରେ ଆଜି ଜଣେ କରୋନା ସଂକ୍ରମିତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୂଳ ବାସିନ୍ଦା ପ୍ରଦୀପ ଅଗ୍ରୱାଲ(୫୨) । ସେ ଗତ ୨୭ ମାର୍ଚ୍ଚ ମାସରେ ସୁରତରୁ ଫେରିଥିଲେ ଓ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ଗତ ୩୧ମାର୍ଚ୍ଚରେ କୋଭିଡ ପରୀକ୍ଷା କରିଥିଲେ । ସେଥିରେ ସେ ପଜିଟିଭ ଥିବା ଡାକ୍ତର କହିଥିଲେ ପରେ ଉନ୍ନତ ମାନର ଚିକତ୍ସା ପାଇବା ପାଇଁ ଗତ ୭ଏପ୍ରିଲରେ ବରଗଡ଼ ବିକାଶ ହସ୍ପିଟାଲରେ ଭର୍ତି ହୋଇଥିଲେ ଓ ଆଜି ଭୋର ୪ଟାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଆଜି ବରଗଡ଼ ପିପାଳମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ପରିବାର ଓ ସଂକଲ୍ପ ପରିବାରର ମିଳିତ ସହଜୋଗରେ ଅନ୍ତିମ ସଂସ୍କାର କରାଯାଇଛି । ମୃତ ପ୍ରଦୀପଙ୍କ ପଛରେ ତାଙ୍କ ବୃଦ୍ଧ ମା ସମେତ ୫ଜଣ ଝିଅ ଓ ଦୁଇଜଣ ପୁଅଙ୍କୁ ଛାଡି ଚାଲିଗଲେ । ତାଙ୍କର ବିୟୋଗରେ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.