oom

ରାଜ୍ୟରେ ଖସୁଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୯୪ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୭୬୨ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪, କଟକରୁ ୧୬୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୨, ଗଜପତିରୁ ୧୧, ଗଂଜାମରୁ ୧୬, ଜଗତସିଂହପୁରରୁ ୫୨, ଯାଜପୁରରୁ ୭୬, ଝାରସୁଗୁଡ଼ାରୁ ୫୩, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୧, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୨୦୮, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୁରଭଂଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୮୪, ପୁରୀରୁ ୮୨, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୪୦, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୯୯, ଷ୍ଟେଟ୍‌ ପୁଲ୍‌ ୪୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ତେବେ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ମାତ୍ର ୧୯୫୭୯ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି । ରାଜ୍ୟରେ ଆଜି ପର୍ଯ୍ୟନ୍ତ ସମୁଦାୟ ୨୭୭୮୮୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୫୭୦୪୧ ଜଣ ସୁସ୍ଥ ହୋଇଛନ୍ତି ।

jittmm
Leave A Reply

Your email address will not be published.