oum

କେନ୍ଦୁଝରରେ ପ୍ରତିଷ୍ଠା ହେଲା ଦ୍ୱିତୀୟ ଉପଖଣ୍ଡସ୍ତରୀୟ କୋର୍ଟ

jsm

କେନ୍ଦୁଝର : କେନ୍ଦୁଝରରେ ପ୍ରତିଷ୍ଠା ହେଲା ଦ୍ୱିତୀୟ ଏସଡିଜେଏମ କୋର୍ଟ । ଅଦାଲତରେ ମାମଲା ଗୁଡିକ ଦୀର୍ଘ ଦିନ ଧରି ବିଚାର ପାଇଁ ପଡି ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ କେନ୍ଦୁଝର ଠାରେ ଦ୍ୱିତୀୟ ଉପଖଣ୍ଡସ୍ତରୀୟ କୋର୍ଟ ପ୍ରତିଷ୍ଠା କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ଏହି କୋର୍ଟ ଲୋକାର୍ପିତ ହୋଇଛି । କେନ୍ଦୁଝର ଜିଲ୍ଲା ଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ଓ ସମସ୍ତ ବିଚାରପତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମୟରେ ଓକିଲ ସଙ୍ଘ ସଭାପତି ଅଶୋକ ଦାସ ଓ ସମ୍ପାଦକ ଆଲୋକ ମହାନ୍ତ ଉପସ୍ଥିତ ଥିଲେ । ସୋମବାର ରାଜ୍ୟରେ ୨୫ଟି ନୂଆ ଅଦାଲତ ଉଦ୍‌ଘାଟିତ ହୋଇଛି ।

Leave A Reply

Your email address will not be published.