om academy

ଆଜିି ଓଡ଼ିଶାରୁ ୧୭୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୭୨୬ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୩, ବାଲେଶ୍ୱରରୁ ୧୫୮, ବରଗଡ଼ରୁ ୯୭, ଭଦ୍ରକରୁ ୧୧, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୧୪, ଗଂଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨, କେଉଁଝରରୁ ୫୩, ଖୋର୍ଦ୍ଧାରୁ ୨୦୪, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୁରଭଂଜରୁ ୩୯, ନବରଙ୍ଗପୁରରୁ ୮୦, ନୟାଗଡ଼ରୁ ୭, ନୂଆପଡ଼ାରୁ ୯୬, ପୁରୀରୁ ୫୪, ରାୟଗଡ଼ାରୁ ୩୫, ସମ୍ବଲପୁରରୁ ୧୨୧, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୨୬୮ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୩୫୧୩୦୨ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୦୦୬୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୯ ହଜାର ୨ ଶହ ୫୯ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.