ସଟସର୍କିଟ ଯୋଗୁଁ ଘର ପୋଡି ଛାରଖାର

ଗୁଡଭେଲା : ଗୁଡଭେଲା ପଂଚାୟତ ଦୁଲିକୂନା ଗ୍ରାମ ଜନୈକ ଦିନ ମଜୁରିଆଙ୍କ ଘର ବିଦ୍ୟୁତ ସର୍ଟସାର୍କିଟ ଯୋଗୁଁ ସମସ୍ତ ଆସବାବପତ୍ର ପୋଡି ଛାରଖାର ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଦୂଲିକୂନା ଗ୍ରାମର ନିତ୍ୟାନନ୍ଦଙ୍କ ସ୍ତ୍ରୀ ନମିତା ନନ୍ଦ ଗତକାଲି ରାତି ଶୋଇଥିବା ବେଳେ ଅନ୍ୟ ଏକ କୋଠରିରେ ବିଦ୍ୟୁତ ସର୍ଟସାର୍କିଟ ଯୋଗୁଁ ଟିଭି, ପଂଖା, ଆଲମାରୀ, କପଡା, ବହିପତ୍ର ଆଦି ଅନେକ ଆସବାବପତ୍ର ପୋଡି ଛାରଖାର ହୋଇଥିବାର ଜଣାପଡିଛି । ନିଆଁ ବାହାରିବାରୁ ନମିତା ନିଜେ ଓ ପଡାବାସୀ ମିଶି ପାଣି ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ନମିତା କହିଛନ୍ତି । ଏନେଇ ଗୁଡଭେଲା ରାଜସ୍ୱ ନିରିକ୍ଷକଙ୍କୁ ପରିବାର ପକ୍ଷରୁ ଜଣାଇଛନ୍ତି । ତେବେ ପରିବାରର ମୁଖ୍ୟ ନିତ୍ୟା ରାଜକୋଟରେ ମିସ୍ତ୍ରୀ କାମ କରୁଥିବାବେଳେ ଘରେ ଶାଶୁ ଓ ଦୁଇ ଛୁଆଙ୍କ ସହ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା କହନ୍ତି ସ୍ତ୍ରୀ ନମିତା । ତେଣୁ ସରକାର ଉକ୍ତ ଗରିବ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.