om academy

ଆରଏସଏ ହେଲା ପ୍ରଥମ ସନରାଇଜ କପ୍‌ର ଚାମ୍ପିୟନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସନରାଇଜ କ୍ଲବ ଓ ଉମିଦ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ପଡିଆ ଠାରେ ଚାଲିଥିବା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ସନରାଇଜ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବର ଫାଇଲରେ ମ୍ୟାଚ୍‌ରେ ସେକ୍ଟର ୬ର ଆରଏସଏ ଓ ସେକ୍ଟର ୧୪ର ଆରୱାଇସିସି ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ନିର୍ଦ୍ଧାରିତ ୨୦ ଓଭରରେ ଆରଏସଏ ୧୯୯ ରନ୍‌ କରିଥିବା ବେଳେ ଆରୱାଇସିସି ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୯୬ ରନ୍‌ କରିଥିଲା । ଫଳରେ ଆରଏସଏ ଦଳ ୩ ରନ୍‌ରେ ଏହି ମ୍ୟାଚ୍‌କୁ ଜିତି ଚାମ୍ପିୟନ ହେବା ସହ ଚାମ୍ପିୟନ ଟ୍ରଫି ଓ ନଗଦ ୨୦ ହଜାର ଟଙ୍କା ଦିଆଯାଇଥିଲା । ସେହିପରି ଆରୱାଇସିସି ଦଳ ରନର୍ସ ଅପ ଟ୍ରଫି ସହ ୧୨ ହଜାର ଟଙ୍କା ଦିଆଯାଇଥିଲା । ଫାଇନାଲ ମ୍ୟାଚ୍‌ରେ ୧୯ ବଲରେ ୪୪ରନ ସହ ୨ଟି ୱିକେଟ ନେଇଥିବା ପ୍ରିୟବ୍ରତଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା । ସେହିପରି ସିରିଜରେ ଉଲ୍ଲେଖନୀୟ ଖେଳ ପାଇଁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ବଳରାମ ନାଗ, ଶ୍ରେଷ୍ଠ ବୋଲର ଓ ଉଦୟମାନ ଖେଳାଳି ଭାବେ ସୌମ୍ୟ ଲେଙ୍କା ଓ ଆଶିଷ ମିତ୍ରଙ୍କୁ ମ୍ୟାନ୍‌ ଅଫ ସିରିଜ ଭାବେ ଅତିଥିମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଡିସିସି ବ୍ୟାଙ୍କର ନିର୍ଦ୍ଦେଶକ ହାଜି ଅବଦୁଲ ସୟିଦ ମୁଖ୍ୟ ଅତିଥି, ବିଜେଡି ସଂଖ୍ୟାଲଘୁ ସେଲର ରାଜ୍ୟ ଉପସଭାପତି ଯଶବିନ୍ଦର ସିଂ ଗୋଲ୍ଡି ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଫ୍ରୋଜ ଅହମ୍ମଦ, ଖଲିଦ ଅଜିଜ, ଅମିତାଭ ସାମଲ, ହାଜି ମହମ୍ମଦ ଅହମ୍ମଦ, ସୁଲତାନ ଖାନ, ସଲିମ୍ ଖାନ, ସନ୍ଦିପ ଚକ୍ରବର୍ତ୍ତୀ, ଟିଙ୍କୁ ଖାନ, ତସଲିମ ଖାନ, ନିୟାଜଲ ହସନ, ଫଇଜଲ ହସନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ହକି କୋଚ ହରମନ ଲାକ୍ରା ଓ ଓଡିଶାର ପ୍ରାକ୍ତନ ମହିଳା କ୍ରିକେଟ୍ ଖେଳାଳି ସସ୍ମିତା ପଟ୍ଟନାୟକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଇନାଲ ମ୍ୟାଚ୍‌କୁ ଅବଦୁଲ ସବୁର ଓ ଆରଜୁ ପରିଚାଳନା କରିଥିବା ବେଳେ ସନରାଇଜର କ୍ଲବର ସଭାପତି ସମସେର ଆଲାମ ଖାନ, ସାଧାରଣ ସମ୍ପାଦକ ସରବର ଆଜମ ସଂଗଠନ ସମ୍ପାଦକ ନାଇୟର ଆଜମ ଖାନ, ଉପସଭାପତି ଆରଜୁ ଖାନ, ସହଯୋଗୀ ସଦସ୍ୟ ଅବଦୁଲ ସବୁର, ସାହିଦ, ପ୍ରଦୀପ, ଶୁଭମ, ଭାରତ, ଛୋଟୁ, ୟାଶୀର, ଜିସାନ, କଏଫ, ତବରେଜ, ତୋକିର,ସଲମାନ, ସମିରୁଦ୍ଦିନ, ସାହାଜାନ, ସାରେକ, ଜଏର, ଅଫସର, ସୋହେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.