
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର ମେଘ ୫୭ ବର୍ଷ ବୟସ ହୃଦଘାତରେ ୫୭ ବର୍ଷ ବୟସରେ ଆକସ୍ମିକ ବିୟୋଗ ହୋଇଯାଇଛି । ସ୍ଵର୍ଗତ ମେଘ ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ମନର ବ୍ୟକ୍ତିତ୍ୱ ଥିଲେ, ସେ ଭିଏସଏସ ମେଡିକାଲ କଲେଜ ବୁର୍ଲା, ଅଟନୋମି ବିଭାଗକୁ ମରଶରୀରକୁ ଦାନ କରିଥିଲେ । ତାଙ୍କର ମର ଶରୀରରେ ଡାକ୍ତର ଛାତ୍ରଛାତ୍ରୀ ମାନେ ପାଠ ପଢିପାରିବେ । ପରିବାର ପକ୍ଷରୁ ଭିଏସଏସ କଲେଜ ବୁର୍ଲାକୁ ମରଶରୀର ନେବାକୁ ଫୋନ କରିଥିଲେ, ବର୍ତ୍ତମାନ୍ କରୋନା ମହାମାରୀ ଦ୍ଵିତୀୟ ଲହର ଯୋଗୁଁ କର୍ତ୍ତୁପକ୍ଷ ମନା କଲେ ବୋଲି ପରିବାର ସୂତ୍ରରୁ ଜଣାପଡିଛି । ସେ ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ଥିଲେ, ଖ୍ରୀଷ୍ଟିୟାନ ଧର୍ମର ଫାଦର ଓ ସହକର୍ମୀ ମାନେ ଆସି ମର ଶରୀର ନିକଟରେ ପ୍ରାର୍ଥନା ସଭା କରିଥିଲେ । ବହୁଜନ ସମାଜ ପାର୍ଟି ପକ୍ଷରୁ ତାଙ୍କର ମରଶରୀରରେ ଦଳୀୟ ପତାକା ଘୋଡାଇ ଥିଲେ । ସେ ଜଣେ ପରୋପକାରୀ, ଗରିବ, ନିଷ୍ପେସିତ, ନିରୀହ ଲୋକମାନଙ୍କ ଜୀବନ ଉତ୍ସର୍ଗୀକୃତ କରିଥିଲେ। ତାକଂର ବିଯୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ, ସତ୍ୟଜିତ ପୁରୋହିତ, ସୁଜିତ୍ ବେହେରା, ସିତାରାମ ବିଶି, ଅରବିନ୍ଦ ସୁଆର, ବିଦ୍ୟାଧର ପେରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରି ଥିଲେ । ଏଥିରେ ପୂର୍ବତନ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନଂଦ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ପଛରେ ବୃଦ୍ଧ ପିତା ଓକିଲ ମେଘ, ମାତା, ଭାଇ ବିପିନ ମେଘ, ଭାଇ ବୋହୁ ବିଧବା ପତ୍ନୀ ଭାର୍ଗବୀ ଓ ଝିଅ ଏଷ୍ଟର ରାଣୀ ପୁଅ ଆକବର ମେଘ ସହିତ ବନ୍ଧୁ ପରିବାରବର୍ଗ ଛାଡି ଯାଇଛନ୍ତି । ଶବା ଧାରରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । ଶେଷରେ ତାଙ୍କର ବିଲରେ ଅନ୍ତିମ ସଂସ୍କାର କରାଯାଇଥିଲା ।