om academy

ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚେରୁପାଲି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଚଢାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସହରର ମାଣିକେଶ୍ୱରୀ ପଡାରେ ଥିବା ତାଙ୍କ ଆଲିସାନ୍ ଘର ସମେତ ଡୁଙ୍ଗୁରୀପାଲି ବ୍ଲକର ଚେରୁପାଲି ପଂଚାୟତ ଅଫିସରେ ଏକକାଳୀନ ଭିଜିଲାନ୍ସର ଏକ ୧୦ ଜଣିଆ ଟିମ୍ ସମ୍ପତ୍ତିର ଆକଳନ କରୁଛନ୍ତି । ସମ୍ବଲପୁର ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ଡିଏସପି ଦାଶରଥି ସେଠୀଙ୍କ ନେତୃ‌ତ୍ୱରେ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଚଢାଉ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ସମ୍ପତ୍ତି ତାଲିକା ଆସି ପାରିନାହିଁ । ଏହି ଚଢାଉରେ ସୁବର୍ଣ୍ଣପୁର, ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.