
କଟକ : ସନ୍ତାଳୀ ଭାଷାରେ ପ୍ରକାଶ ପାଇବାକୁ ଯାଉଛି ଛବିଳ ‘ବର୍ଣ୍ଣବୋଧ’ । ଆସନ୍ତା କିଛି ଦିନ ଭିତରେ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ପ୍ରାନ୍ତୀୟ ତଥା ଆଦିବାସୀ ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବ । ଓଡ଼ିଶା ବୁକ୍ ଏମ୍ପୋରିୟମ୍ ତରଫରୁ ଏଭଳି ଅଭିନବ ଉଦ୍ୟମ ଆରମ୍ଭ କରାଯାଉଥିବା ବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହା ପ୍ରଚଳନ ହେବାର ସୁଯୋଗ ସୃଷ୍ଟି କରିବ । ପୁସ୍ତକର ମୂଳ ଡିଜାଇନ୍ ଯାହା ରହିଛି ସେୟା ରହିବ, କେବଳ ଓଡ଼ିଆ ବଦଳରେ ସାନ୍ତାଳୀ ଭାଷାରେ ଛପାଯାଉଛି ।