ଶିଶୁ ବିକାଶ କେନ୍ଦ୍ରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ର ତରଫରୁ ଟିକ୍ରାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ପୌରାହିତ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କପିଳ ପତି, ହୃଷୀକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା, ରତ୍ନମୟ ତ୍ରିପାଠୀ, ଦୁର୍ଗା ସାହୁ, ଅରୁଣ ଖୁଆସ ଓ ମଦନ ମୋହନ ରଥ ପ୍ରମୁଖ ଭାଗ ନେଇଥିଲେ । ଶେଷରେ ସଂପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.