ls

ରାଜଧାନୀରେ ବ୍ଲାକ୍‌ ଫଙ୍ଗସ୍ ରୋଗ : ୬୨୦ ରୋଗୀ ଚିକିତ୍ସିତ ହେଉଛନ୍ତି, ଔଷଧ ଅଭାବର ସମ୍ମୁଖୀନ

sb

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ସହିତ ସମଗ୍ର ଦେଶରେ କ୍ରମାଗତ ଭାବରେ ବ୍ଲାକ୍‌ ଫଙ୍ଗସ୍ ରୋଗ ମଧ୍ୟ ବଢ଼ି ଚାଲିଛି । ଏଭଳି ପରିସ୍ଥିତି ଦେଶର ରାଜଧାନୀରେ ରହିଛି । ଏହା ଜଣାପଡ଼ିଛି ଯେ, ବ୍ଲାକ୍‌ ଫଙ୍ଗସରେ ପୀଡିତ ୬୨୦ ରୋଗୀଙ୍କୁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ବହୁ ସଂଖ୍ୟାରେ ଲୋକ ଏହି ଫଙ୍ଗଲ୍ ସଂକ୍ରମଣର ଶୀକାର ହେଉଛନ୍ତି । ମୁଖ୍ୟ ସମସ୍ୟା ହେଉଛି, ଦିଲ୍ଲୀରେ ଏହି ରୋଗର ଚିକିତ୍ସାରେ ବ୍ୟବହୃତ ଏକମାତ୍ର ଔଷଧ ଆମ୍ଫୋଟେରାଇସିନ୍-ବି ର ଘୋର ଅଭାବ ମଧ୍ୟ ରହିଛି । ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର (ମେ ୨୫) ସୁଦ୍ଧା ସହରରେ ୩,୮୫୦ ଭାଇଲ୍ ଆମ୍ଫୋଟେରାଇସିନ୍-ବି ମିଳିଥିବା ବେଳେ ଗୋଟିଏ ସପ୍ତାହରେ ୩୦,୦୦୦ ରୁ ଅଧିକ ଡୋଜ ଆବଶ୍ୟକ ।

pc pk
Leave A Reply

Your email address will not be published.