ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵ ଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵ ଶାନ୍ତି ମହାଯଜ୍ଞରେ ବାଗେଶ୍ୱର ଧାମର ପୂଜ୍ୟ ଗୁରୁଜୀ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ (ବାଗେଶ୍ୱର ବାବା) ମୁଖ୍ୟଅତିଥି ଭାବେ ଯୋଗଦେଇ ସମବେତ ଲକ୍ଷାଧିକ ଭକ୍ତଗଣଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି ଅବସରରେ ପୂଜ୍ୟ ଗୁରୁ ବାଗେଶ୍ୱର ବାବାଙ୍କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ଆନୁଷ୍ଠାନିକ ଭାବେ ଏକ ଚିତ୍ତାକର୍ଷକ ବିରାଟ ପୁଷ୍ପମାଲ୍ୟ ସହ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା ଓ ସଂଯୋଜକ କମଲ ପଣ୍ଡାଙ୍କ ନେତ୍ତୃତ୍ୱରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଜ୍ୟେତେିର୍ବିଦ ଦୀପକ ଦାଶ, ସହ ସଂଯୋଜକ-ତୁଷାର ଶତପଥୀ, ଶିବରାମ ନାୟକଙ୍କ ଦ୍ୱାରା ବିଶାଳ ଧରଣର ପୁଷ୍ପ-ମାଲ୍ୟହାର ସହ ମା’ ରାମଚଣ୍ଡୀଙ୍କ ପଟ୍ଟଚିତ୍ର, ଖଣ୍ଡୁଆ ପାଟ ଦେଇ ଗୁରୁଜୀଙ୍କୁ ସମର୍ପଣ କରିବା ପୂର୍ବକ ସମ୍ବର୍ଦ୍ଧନା ଦେଇ ଗୁରୁଜୀଙ୍କ ଠାରୁ ଆଶ୍ରିର୍ବାଦ ଲାଭ କରିଛନ୍ତି । ପୂଜା କମିଟିର ସଭାପତି ଅଜୟ କୁମାର ନାୟକ ଓ ଦିବାକର ନାୟକଙ୍କ ନେତୃତ୍ୱରେ ୫୧ ଜଣିଆ ପୂଜା କମିଟି ସଦସ୍ୟ ମାନଙ୍କ ଦ୍ୱାରା ହଜାର ହଜାର ଭକ୍ତ ମାନଙ୍କୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ । ଏନେଇ ବିଭିନ୍ନ ମହଲରେ କମିଟି ନେତ୍ତୃବର୍ଗଙ୍କୁ ସାଧୁବାଦ ଦିଆଯାଇଛି ।