ରାଉରକେଲା, (ସସ୍ମିତା ପ୍ରଧାନ) : ବିର୍ସା ଛକ ଠାରେ ଥିବା ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମରେ ଶୁକ୍ରବାର ଦିନ ଉଦ୍ଘାଟିତ ହୋଇଯାଇଛି ୧୫ ବର୍ଷ ବୟସରୁ କମ୍ ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତା । ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆୟୋଜିତ ଏହି ସିଏମ୍ ଟ୍ରଫି ଫୁଟବଲ୍ ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଡିଏସ୍ୱାଇଏସ୍ର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲାର କ୍ରୀଡା ଉପନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ । ଅପ୍ରେଲ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତା ଅପ୍ରେଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି ।
Next Post