ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରାମ ପଂଚାୟତରେ ଅବସ୍ଥିତ ନିଧିସାଗର ବିଦ୍ୟାପୀଠ ବୁବେଲରେ ପ୍ରଥମ କରି ତା.୦୨.୦୫.୧୯୮୮ରେ ବିଜ୍ଞାନ ଶିକ୍ଷକ ଭାବେ ଯୋଗଦାନ କରି ପରେ କୁଶଙ୍ଗ ପଂଚାୟତ ନୋଡାଲ ହାଇସ୍କୁଲ କୁଶଙ୍ଗ ଏବଂ ଶେଷରେ ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ଲୋଇସିଂହାରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି ତା.୩୧.୦୩.୨୦୨୬ ଦିନ ଚାକିରିରୁ ଅବସର ନେଇଥିବା ଉଦ୍ଧବ ଚନ୍ଦ୍ର ପଟେଲଙ୍କୁ ପୂର୍ବତନ ଛାତ୍ରଛାତ୍ରୀ, ପରିବାର ଆତ୍ମୀୟ ସ୍ୱଜନ ମହାସମାରୋହରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଶ୍ରୀ ପଟେଲ ତାଙ୍କ ୩୭ ବର୍ଷ ୧୧ ମାସ ଶିକ୍ଷକତା ସମୟରେ ବହୁତ ମେଧାବୀ ଛାତ୍ରଛାତ୍ରୀ ନିର୍ମାଣ କରିବା ସହ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଅଂଚଳରେ ସୁନାମ ଅର୍ଜନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ଅଂଜନ କୁମାର ସାଏ ପରିଚାଳନା କରିଥିବା ବେଳେ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ପରିବାର ବର୍ଗ ଉପସ୍ଥିତ ଥିଲେ ।
Next Post