centurian jitm

ଯୁବ ସାମ୍ବାଦିକଙ୍କ ଭାତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ଭାତୃ ସୁରେନ୍ଦ୍ର ହଂସ(୩୩)ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ସନ୍ଧ୍ୟା ତାଙ୍କର ପରଲୋକ ହୋଇଥିଲା । ସୁରେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲଳିତା ଏବଂ ୪ ବର୍ଷର ପୁଅ ପିୟୁସ ରହିଛନ୍ତି । ଆଜି ଭୋରରେ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇ ଥିବାବେଳେ ବାପା ଡମ ବୁଢା ହଂସ ମୁଖାଗ୍ନି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଆ ସପୁର ହଂସ, ଭାଇ ଦେବେନ୍ଦ୍ର ହଂସ, ହୁଲେଶ୍ୱର ହଂସ, ବାଲେଶ୍ଵର ହଂସ, ଲୋକନାଥ ହଂସଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷ ଶୁଭେଚ୍ଛୁ ମାନେ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.