କଳାର ବିକାଶ ପାଇଁ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର କଳା ପାଇଁ ପରିଚିତ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ କଳାକାର ଓ ଗୁରୁଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତଲା ମା’ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁଷ୍ଠାନର ଦୁଇ ଦୁଇଟି ସାମାଜିକ ନାଟକ ‘ସ୍ୱାମୀ ମାନେ ସାବଧାନ’ ଓ ‘ଏତେ ଦୁଃଖ ଦେଲୁ କାହିଁ ଦଇବ’ ପରିବେଷଣ କରି ଅଦ୍ଭୁତ ପୂର୍ବ ସଫଳତାରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କେକ୍‌ କାଟି ଖୁସି ଜାହିର କରିଥିଲେ । ଆଗାମୀ ବର୍ଷ ମଧ୍ୟ ସ୍ଥାନୀୟ ଅଂଚଳର ବଛା ବଛା ଯୁବ କଳାକାରଙ୍କୁ ଚୟନ କରି କଳାକାରମାନଙ୍କୁ ପ୍ରୋତ୍ସାହାନ ଯୋଗାଇ ଦେବା ସହ ପୂର୍ବ ସ୍ମୃତିକୁ ବଜାଇ ରଖିବା ପାଇଁ ପୁଣି ଥରେ ଦୁଇଟି ନାଟକ ମଞ୍ଚସ୍ଥ କରିବା ନେଇ ମତ ପ୍ରକାଶ ପାଇଥିଲା । ନିର୍ଦ୍ଦେଶକ ଡ. ଶଙ୍କର ଶତପଥୀ ଓ ଆଡ଼ଭକେଟ ପଙ୍କଜ କୁମାର ବାରିକି, ମ୍ୟାନେଜର ଗୋବିନ୍ଦ ରେଡ୍ଡି, ସଭାପତି ଶବର ତରାଇ, ବିଦ୍ୟାଧାର ସାହୁ, ସମ୍ପାଦକ ରାକେଶ ରଞ୍ଜନ ଦାସ, ଉପଦେଷ୍ଟା ସୁଧିର କୁମାର ପାଢ଼ୀ, ଉମାକାନ୍ତ ବେହେରା, ନୀଳାଞ୍ଚଳ ବାରିକି, ଅକ୍ଷୟ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, କାର୍ତ୍ତିକ ତରାଇ, ବଳରାମ ମାଳି, ମିଥୁନ ବାରିକି, ହରିହର ବାରିକ, ମନରଞ୍ଜନ ଜେନା, ସୁଧିର ସାହୁ, ପପୁ ପଣ୍ଡା, ପ୍ରିତମ, ବିଭୁ, ଜୟ ପ୍ରମୁଖ କର୍ମକର୍ତ୍ତା, ସଦସ୍ୟ, ଅଭିନେତା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.