ବିଭିନ୍ନ ସ୍କୁଲର ଛାତ୍ର ଓ ଛାତ୍ରୀଙ୍କୁ ଗ୍ରାସୀମ କମ୍ପାନୀ ତରଫରୁ ସ୍କୁଲ ବ୍ୟାଗ୍ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସିମ୍ କମ୍ପାନୀ ତରଫରୁ ଗଞ୍ଜାମ ଏନଏସି ଅନ୍ତର୍ଗତ ଜୟଶ୍ରୀ ପ୍ରାଥମିକ ବିଦ୍ୟାଳୟ ଓ ପୁଇଁତଲା ସ୍କୁଲ ରେ ବେଗ ବଣ୍ଟନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ ସ୍ଥାନୀୟ ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତାଙ୍କୁ ଚଠି ଲେଖି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । କମ୍ପାନୀ ୟୁନିଟ ହେଡ଼ ଗୁପ୍ତାଙ୍କ ପରାମର୍ଶ କ୍ରମେ କମ୍ପାନୀ ସିଏସଆର ମୁଖ୍ୟ ସୁସ୍ମିତା ବେହେରା, ଟେକ୍ନିକାଲ ମୁଖ୍ୟ ପ୍ରକାଶ ସିଂ, ଲିଗାଲିଆର ପୂର୍ବାସା ସାମନ୍ତରାୟ ସ୍କୁଲ ଆସି ଅନୁଧ୍ୟାନ କରିବା ସହ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଛନ୍ତି । ସ୍କୁଲ ବ୍ୟାଗ ବଣ୍ଟନ ବେଳେ ପୂର୍ବତନ କାଉନସିଲର ତଥା ବିଶିଷ୍ଟ ପରିବେଶବିତ ଦୁର୍ଗା ମାଧବ ପାଣିଗ୍ରାହୀ, ସିଏସଆର ଅତିରିକ୍ତ ଅଧିକାରୀ ପୁରୁଷୋତ୍ତମ ମୁଦୁଲି ଉପସ୍ଥିତ ଥିଲେ । ଏହି ଅବସରରେ ସହକାରୀ ଶିକ୍ଷକ ସୁରେନ୍ଦ୍ର ଦଳାଇ ପିଲାଙ୍କ ଖେଳ ସାମଗ୍ରୀ ଓ ଅନ୍ୟାନ୍ୟ ସମସ୍ୟା ଥିବା କମ୍ପାନୀ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁବ ଶୀଘ୍ର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କମ୍ପାନୀ ଲୋକ ସମ୍ପର୍କ ସୂଚନା ଅଧିକାରୀ ସୁସ୍ମିତା ବେହେରା ପ୍ରତିଶୃତି ଦେଇଥିବା ଜଣା ପଡିଛି ।

jittmm
Leave A Reply

Your email address will not be published.