foot

ବଲାଙ୍ଗିରରେ ପୁଣି ମର୍ଡର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଦୁର୍ଘଟଣାର ରୂପ ଦେଇ ମୋ ଭାଇକୁ ମର୍ଡର କରାଯାଇଛି ବୋଲି ଖୋଦ୍‌ ମର୍ଡରରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ମୃତ୍ୟୁ ବରଣ କରିଥିବା ମୃତକ ଜଣକ ହେଉଛନ୍ତି ବଲାଙ୍ଗିର ସହରର କଂସାରୀ ପଡ଼ା ନିବାସୀ ଚିଣ୍ଟୁ କରନ (୨୧) ବୋଲି ଜଣାପଡ଼ିଛି । ମୃତ ଚିଣ୍ଟୁଙ୍କ ବଡ଼ ଭାଇ ମଣ୍ଟୁ କରନଙ୍କ ଅଭିଯୋଗ ଅନୁସାରେ, ଚିଣ୍ଟୁଙ୍କୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଛନ୍ତି ହତ୍ୟାକାରୀ ମାନେ । ଆଉ ହତ୍ୟାକାରୀ ହେଉଛନ୍ତି ସିଲୁ ସ୍ୱାଇଁ ବୋଲି ମଣ୍ଟୁ କହିଛନ୍ତି । ଚିଣ୍ଟୁ ଆଉ ସିଲୁଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ କୌଣସି କାରଣକୁ ନେଇ ଝଗଡ଼ା ବାହାରିଥିବା ବେଳେ ଗତ କାଲି ସିଲୁ ଚିଣ୍ଟୁକୁ ନେଇ ଭୁର୍ସିପାଲି ଆଡ଼କୁ ଯାଇଥିଲେ । ହେଲେ ସେଠାରେ ପୁଣି ସିଲୁ, ଚିଣ୍ଟୁ ଓ ତାଙ୍କ ବଡ଼ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଝଗଡ଼ାର ପରିଣାମ ହଣକଟା ପର୍ଯ୍ୟନ୍ତ ପହଂଚିବ ବୋଲି ଖୋଦ୍‌ ସିଲୁ ଚିଣ୍ଟୁଙ୍କ ବଡ଼ ଭାଇ ମଣ୍ଟୁଙ୍କୁ କହିଥିଲେ । କିଛି ସମୟ ଗଲା ପରେ ମଣ୍ଟୁ ପୁଣି ସିଲୁକୁ କଲ କରିଥିଲେ ମୋ ଭାଇକୁ କେତେବେଳେ ଆଣି ଦେବୁ କହି, ହେଲେ ଏବେ ନେଇ ଦେବି, ଟିକିଏ ପରେ ନେଇଦେବି କହି ସିଲୁ ସମୟ ଗଡ଼ାଉଥିଲେ । ପରେ ପୁଣି କଲ୍‌ କରିବା ପରେ ତୁମ ଭାଇ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ଗାନ୍ଧୀ ନଗର ପଡ଼ା ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଧକ୍କା ଦେଇ ଦେଇ ଫେରାର୍‌ ମାରିଛି ବୋଲି ସିଲୁ କହିଥିଲେ । ମଣ୍ଟୁ ସଙ୍ଗେ ସଙ୍ଗେ ଘରୁ ବାହାରି ଆସିଲା ବେଳକୁ ଚିଣ୍ଟୁଙ୍କ ଡେ଼ଡ଼୍‌ ବଡ଼ି ପେଟ୍ରୋଲ ପମ୍ପ ନିକଟରେ ନ ପଡ଼ିକି ଡେ଼ଡ଼୍‌ ବଡ଼ି ପଡ଼ିଥିଲା ହୋଣ୍ଡା ସୋ ରୁମ୍‌ ନିକଟରେ । ଯାହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ସ୍ପଷ୍ଟ କରୁଥିଲା । ଯଦି ବି ଦୁର୍ଘଟଣା, ତା ହେଲେ ଚିଣ୍ଟୁଙ୍କ ଦେହରେ କଟା ଚିହ୍ନ କେମିତି ରହିଛି ଏମିତି ଅନେକ ପ୍ରଶ୍ନ କରି ମଣ୍ଟୁ ତାଙ୍କ ଭାଇ ଚିଣ୍ଟୁଙ୍କୁ ସିଲୁ ମର୍ଡର କରିଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରାଯାଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଚିଣ୍ଟୁଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଦେଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଟାଉନ ପୋଲିସ ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ଘଟଣାର ପୁରା ରହସ୍ୟ ସାମ୍ନାକୁ ଆସିବ ବୋଲି ଏସ୍‌ଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି ।

Leave A Reply

Your email address will not be published.