ବଜ୍ରପାତରେ ୨ ମହିଳା ଶ୍ରମିକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବୁଢାବାହାଲ ଗାଁରେ ଗୁରୁବାର ବଜ୍ରପାତ ହେବାରୁ ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ଉଭୟ ବିଲରେ କପାଚାରା ରୋପଣ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ, ବୁଢାବାହାଲ ଗାଁର ଲକ୍ଷ୍ମୀ ଖମାରୀ ଓ ଅସଲି ଚନ୍ଦନ । ଗୁରୁବାର ଅପରାହ୍ନ ୪ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ସହ ଘଡଘଡି ହୋଇଥିଲା । ଏହି ସମୟରେ ବୁଢାବାହାଲ- ଲକ୍ଷ୍ମଣପୁର ରାସ୍ତାରେ ଥିବା ଏକ କିଆରିରେ କିଛି ଶ୍ରମିକ କପା ଚାରାରୋପଣ କରିଥିଲେ । ବଜ୍ରପାତ ହେବାରୁ ଲକ୍ଷ୍ମୀ ଓ ଅସଲି ସେଠାରେ ଟଳି ପଡିଥିଲେ । ବନ୍ଧପଡା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଛି ।

Leave A Reply

Your email address will not be published.