oom

ପାଟଣାଗଡ଼ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରର ପ୍ରସିଦ୍ଧ ଚଳିତ ବର୍ଷ ରଥଯାତ୍ରା ପାଇଁ ସୁଭଦ୍ରା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ, ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦାନ କରି ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ରହିଥିଲା ଚଳିତ ବର୍ଷ ରଥଯାତ୍ରା ପାଳିତ ହେବାକୁ ଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏଥିପାଇଁ ସ୍ୱଚ୍ଛତା ସହ ରଥଯାତ୍ରା ସୁପରିଚାଳନା କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ରଥଯାତ୍ରା ପରିଚାଳନା କମିଟି, ସେବାୟତ, ମନ୍ଦିର କମିଟି ପୁରୋହିତ, ଦେବଦତ୍ତ କମିଟି, ସହରର ବିଭିନ୍ନ ସଂଗଠନ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.