oom

ଗୋରୁ ଚାଲାଣ ବେଳେ ୧୦ ଚକିଆ ଟ୍ରକ୍ ଜବତ : ଡ୍ରାଇଭର ଅଟକ

jsmm

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ରାଜଘାଟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ୧୦ ଚକିଆ ଟ୍ରକ୍ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଓଆର୍‌୦୭ଏକ୍ସ୬୪୬୯ ନଂ ବିଶିଷ୍ଟ ଏକ ୧୦ଚକିଆ ଟ୍ରକ ଯୋଗେ ୬୦ରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ବେଳେ ସୁବର୍ଣ୍ଣରେଖା ନଦୀ ରାଜଘାଟ ପୋଲ ନାକା ପଏଣ୍ଟର ଅନତି ଦୂରରେ ଗାଡିଟିର ଇଂଜିନ ଖରାପ ହୋଇ ଯାଇଥିଲା । ଖବର ପାଇ ନାକ ପଏଣ୍ଟ ପୋଲିସ ଆସି ଡ୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଡ୍ରାଇଭରକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.