ଅସହାୟକୁ ସାହା ହେଲା କିନ୍ନର ସଂଘ

ଯାଜପୁର : ନିଜ ଉଦ୍ୟମରେ ଗରିବ ଅସହାୟ ଝିଅ ବିବାହ କରାଇଲେ କିନ୍ନର ସଂଘ । ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନୀତି ଅନୁସାରେ ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ବହନ କରି କିନ୍ନର ସଂଘ ବିବାହ କାର୍ଯ୍ୟ କରାଇଛନ୍ତି । ଏହି ବିବାହ କାର୍ଯ୍ୟରେ ବହୁ କିନ୍ନର ଏବଂ ସମାଜସେବୀ ପହଞ୍ଚି ବର କନ୍ୟାକୁ ଆଶୀର୍ବାଦ କରିଥିଲେ । କେବଳ ଖାଲି ବିବାହ କରାଇଲେ ତା ନୁହେଁ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା । କିନ୍ନର ସଂଘର ଏଭଳି କାର୍ଯ୍ୟକୁ ନେଇ ବେଶ ଖୁସି ଯାଜପୁରବାସୀ ।

Leave A Reply

Your email address will not be published.