oom

ନିର୍ବାଚନ ଆଚରଣ ବିଧି ଯୋଗୁଁ କଂଟାବାଞ୍ଜିରେ ଆପ୍‌ର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ସ୍ଥଗିତ

jsmm

କଂଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ କର୍ଯ୍ୟାଳୟ ସମ୍ମୁଖରେ ଗତ ୨୨ ଫେବୃୟାରୀରୁ ଆମ୍‌ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଜାରି ରଖିଥିବା ବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ୨୬ ଦିନ ପରେ ଆନ୍ଦୋଳନ ଗତକାଲି ସ୍ଥଗିତ ହୋଇଛି । କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଆମ୍‌ ଆଦମୀ ପାର୍ଟି ସଭାପତି ସୁରଥ ବେହେରାଙ୍କ ନେତୃତ୍ୱରେ ଗତ ୨୬ ଦିନ ଧରି ଏହି ଗଣଧାରଣା ଚାଲିଥିଲା । ତଥାପି ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶୃତି ମିଳି ନଥିଲା । ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଗଣଧାରଣା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ତହସିଲ୍‌ଦାର ରତନଲାଲ ମୁଣ୍ଡାଙ୍କୁ ଆମ୍‌ ଆଦମୀ ପାର୍ଟି ତରଫରୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଏହି ଗଣଧାରଣାରେ ନଗର ସଭାପତି ବିଷ୍ଣୁ ପୁଞ୍ଜି, ସମ୍ପାଦକ ହାଡୁ ଛତ୍ରିଆ, ନାରୀ ନେତ୍ରୀ ସୁବର୍ଣିଲତା ସାହୁ, ବସୁଧା ଦାସ, କପିରଜା କୁମ୍ଭାର, ହୀରାଧର ବରିହା, ପୂର୍ବତନ ବିଜେପି ସଭାପତି ମୁରାରି ଅଗ୍ରୱାଲ, ଶୁଣ୍ଡି ସମାଜ ସଭାପତି କୁଞ୍ଜବିହାରୀ ବେହେରା, ବ୍ରାହ୍ମଣ ସମାଜ ସଭାପତି ଅମରଚନ୍ଦ ଶର୍ମା, ବ୍ରଜଶ୍ୟାମ ଗୁରୁ, ମାଳୀ ସମାଜ ସଭାପତି ଶେଷଦେବ ପୁଟେଲ ଏବଂ ଆଦିବାସୀ ସମାଜ ସଭାପତି ଗୋବିନ୍ଦ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.