oom

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥୁରାଜ ହାଇସ୍କୁଲ ଠାରେ ଜିଲା ସ୍ତରୀୟ ବିଜ୍ଞାନ ମେଳା, ପରିବେଶ ପ୍ରଦର୍ଶନୀ ତଥା ବିଜ୍ଞାନ ଆଲୋଚନା ଚକ୍ର ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧୀକାରୀ ଧ୍ରୁବଚରଣ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜ୍ଞାନ କମିଟି ଉପଦେଷ୍ଟା ସନାତନ ଠାକୁର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋସିନୀ ସେଠୀ, ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଚାରକ ଭାବେ ସୋନପୁର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ତରୁଣ ମିଶ୍ର, ଡ଼. ବିଏନ ଶ୍ରୀକାନ୍ତ, ଅଧ୍ୟାପକ ଗତିକୃଷ୍ଣ ମିଶ୍ର, ରାଧେଶ୍ୟାମ ଯୋଶୀ ଯୋଗ ଦେଇଥିଲେ । ‘ପ୍ରଯୁକ୍ତି ବିଦ୍ୟା ଓ ଖେଳନା’ ଶୀର୍ଷକକୁ ନେଇ ଛାତ୍ରଛାତ୍ରୀ ମାନେ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଅଏଲାଚୁଆ ଉନ୍ନୀତ ବିଦ୍ୟାଳୟର ଛାତ୍ରୀ ପ୍ରିୟା ନନ୍ଦ, ଉଦେପୁର ହାଇସ୍କୁଲର ସ୍ନେହା କୁମ୍ଭାର, ଛତାମଖନା ବିନୋବା ହାଇସ୍କୁଲର ବିଜୟଲକ୍ଷ୍ମୀ ମିଶ୍ର, ଭାଲୁମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ସଂଜନା ମେହେର, ନଅଗାଁ(ଖ) ହାଇସ୍କୁଲର ମୌସୁମୀରାଣୀ ପଧାନଙ୍କ ପ୍ରକଳ୍ପ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନୀତ ହୋଇଥିବା ବେଳେ ରାଜ୍ୟସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରକୁ ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଓମ୍‌ ଅମୃତ ମହାନ୍ତି ମନୋନୀତ ହୋଇଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ଶିବପ୍ରସାଦ ତ୍ରିପାଠୀ, ନୀଳମଣି ପଟେଲ, ଆନନ୍ଦ ବଡ଼ପଣ୍ଡା, ଅଶ୍ବିନୀ ଷଡଙ୍ଗୀ, ଅନିଲ ନନ୍ଦ, ବିଶ୍ୱଜିତ ପଧାନ, ସୁନୀଲ ବେହେରା, କରୁଣା ସା’ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.