oom

ଆଳିରେ ସିରିଜ୍‌ ଚୋରି : ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

jsmm

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଞ୍ଚଳରେ କିଛି ଦିନ ଅନ୍ତରରେ ଲୁଟେରାମାନେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆଳି ଥାନା ସିଙ୍ଗିରି ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମର ତିନିଟି ସ୍ଥାନରୁ ସିରିଜ୍‌ ଚୋରି ହୋଇଥିବା ଜଣାପଡିଛି । ଆଳି ଥାନା ଅନ୍ତର୍ଗତ ବାଙ୍କେଶ୍ୱର ହରିଜନ ସାହିର ଲକ୍ଷ୍ମୀଧର ମଲିକଙ୍କ ପତ୍ନୀ ଅଞ୍ଜଳି ମଲିକଙ୍କ ଥାନାରେ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଅଞ୍ଜଳି, ତାଙ୍କ ବୋହୂ ଏବଂ ଦୁଇ ନାତୁଣୀଙ୍କ ସହ ରାତ୍ରିଭୋଜନ ପରେ ଶୋଇବାକୁ ଯାଇଥିଲେ । ଘରେ କେହି ପୁରୁଷ ନଥିବାର ଏବଂ ଅନ୍ଧାର ରାତିର ସୁଯୋଗ ନେଇ ଲୁଟେରାମାନେ ଘର ଭିତରକୁ ପଶିଥିଲେ । ପରେ ସମସ୍ତେ ଶୋଇଥିବା ବେଳେ ଘରକୁ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅଞ୍ଜଳିଙ୍କ ଘରୁ ଏକ ଦସ୍ତା ବାକ୍ସରେ ଥିବା ଗୋଟିଏ ସୁନା ହାର, ୨ଟି ସୁନା ମଙ୍ଗଳସୂତ୍ର, ୨ ହଳ ସୁନା ବାହୁଟି, ୫ ଟି ସୁନା ମୁଦି, ୩ ହଳ ସୁନା କାନଫୁଲ, ୯ ଟି ସୁନା ନାକ ଫୁଲ, ୩ ହଳ ରୁପା ପାଉଁଜି, ଗୋଟିଏ ସୁନା ଚେନ୍‌ ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହିତ ନଗଦ ୧୦ ହଜାର ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ନେଇ ଆଳି ଥାନାରେ ଅଞ୍ଜଳି ଅଭିଯୋଗରେ ଦର୍ଶାଇଛନ୍ତି । ଅଞ୍ଜଳିଙ୍କ କହିବା ଅନୁଯାୟୀ ଗ୍ରାମର ଅନ୍ୟ ଜାଗାରେ ଚୋରି ହେଉଥିବାର ଖବର ଫୋନ ଯୋଗେ ପାଇ ଦେଖନ୍ତିତ ତାଙ୍କୁ ମଧ୍ୟ ବାହାରପଟୁ କବାଟ ଦିଆଯାଇଛି । ଏହା ଦେଖି ସେ ଚିତ୍କାର କରି ଡାକିବାରୁ ପଡୋଶୀ କବାଟ ଖୋଲିବା ପରେ ସେ ଚୋରି ହୋଇଥିବା ଜାଣି ଫୋନ ଯୋଗେ ପୁଲିସକୁ ଖବର ଦେଇଥିଲେ । ପରେ ବୁଧବାର ସକାଳୁ ସେ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଉକ୍ତ ଗ୍ରାମର ଅଶୋକ ମଲିକଙ୍କ ଘର ଭିତରକୁ ଲୁଟେରାମାନେ ତାଲା ତାଡ଼ି ଭିତରକୁ ପଶିଥିବା ବେଳେ କିଛି ନପାଇ ଏକ ଲୁଗାପଟା ଥିବା ବାକ୍ସକୁ ଆଣି ବାହାରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ସେହିପରି ସୁରେଶ ମଲିକଙ୍କ ଘର ତାଲା ପଡ଼ିଥିବା ଘରର କବାଟକୁ ତାଡ଼ି ଭିତରେ କିଛି ନପାଇ ଫେରିଯାଇଥିଲେ । ଘଟଣା ପରେ ଆଳି ପୁଲିସ ଏତଲା ଆଧାରରେ ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।

jittmm
Leave A Reply

Your email address will not be published.