ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଭିତରେ ବଢ଼ିବାରେ ଲାଗିଛି ଅପରାଧ । ଯେତେ ଯାହା କଲେ ବି ସାବାଡ଼ ହେଉନାହାନ୍ତି ଅପରାଧୀ । ବଲାଙ୍ଗିର ମାଲଗୋଦାମପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ମାଲଗୋଦାମପଡା ଠାରେ ମରଣାନ୍ତକ ଆକ୍ରମଣ କରି ଫେରାର ମାରିଛନ୍ତି ଅପରାଧୀ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାର । ପୁରୁଣା ଶତୃତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ଦ୍ରୋଣ କୁମ୍ଭାରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।