ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ରଡରେ ଆକ୍ରମଣ ଅଭିଯୋଗ

ସୋର : ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମର ଭରତ ବେହେରା । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମର ଭରତ ବେହେରାଙ୍କୁ କିଛି ଯୁବକ ଆମ୍ବ ହୋତା କେନାଲ ନିକଟରେ ଅଟକାଇ ରଡରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଭରତଙ୍କର ଆଖିକୁ ରଡରେ ଭୁସିଦେବା ସହିତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଅନ୍ୟପଟେ ଆକ୍ରମଣରେ ଭରତ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ଓ ପରେ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଖଇରା ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.