ହାତୀ ଆକ୍ରମଣରେ ମହିଳା ମୃତ

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କଚାଡ଼ି ମାରିଲା ଦନ୍ତା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିଛି । ସୂଚନାନୁଯାୟୀ, ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ ନମ୍ବର ୱାର୍ଡର ସମା ହୋଙ୍କର ସ୍ତ୍ରୀ ଦ୍ରୌପଦୀ ହୋ (୪୫ ବର୍ଷ) ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଉଠିଥିବା ବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଛି । ଫଳରେ ଘଟଣାସ୍ଥଳରେ ଦ୍ରୌପଦୀ ହୋ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣରେ ବହୁ ଲୋକଙ୍କ ଜୀବନ ଯାଉଥିବା ବେଳେ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.