oom

ବଜ୍ରାଘାତରେ ଜଣେ ମୃତ, ଚାରି ଆହତ

jsmm

ସୋର : ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାଲିଯାଇଛି । ଜଣେ ଯୁବକଙ୍କ ଜୀବନ ଏବଂ ଚାରିଜଣ ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ସୋର ବ୍ଲକ ନଟାପଡା ପଂଚାୟତ ୱାଦା ଗ୍ରାମର ହରିଶ ମଳିକ (୧୮) ଏବଂ ଆହତମାନେ ହେଲେ ସେହି ଗ୍ରାମର ସୁଭଦ୍ରା ମଳିକ(୧୭) ମତାଜୀ ମଳିକ(୪୫) ଭାଗ୍ୟଲକ୍ଷ୍ମୀ ମଳିକ(୩୬) ଓ ଜ୍ୟୋତିପ୍ରିୟା ମଳିକ (୨୦)। ସୂଚନାନୁଯାୟୀ ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଆଜି ସକାଳେ ସାଙ୍ଗ ହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ସହ ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ଚାରିଜଣ ଆହତ ହୋଇଥିବା ବେଲେ ଓ ହରିଶ ମଳିକଙ୍କ ମୃତ୍ୟୁ ହୋଇଥିଲା ।

jittmm
Leave A Reply

Your email address will not be published.