oom

ରାସ୍ତା କଡ଼କୁ ଓଲଟିଲା ବୋରୱେଲ୍ ଗାଡି : ୩ ଶ୍ରମିକ ଆହତ

jsmm

ସାନଖେମୁଣ୍ଡି : ରାସ୍ତା କଡକୁ ଓଲଟିଲା ବୋରୱେଲ୍ ଗାଡି । ୨ ଶ୍ରମିକ ଆହତ ଜଣେ ଗୁରୁତର । ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଜା- ଗୁମ୍ମା ମୁଖ୍ୟ ରାସ୍ତା ଚାଞ୍ଚଡ଼ାପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ ଯେ, ମଙ୍ଗଳବାର ସକାଳେ ଏକ ବୋରୱେଲ୍ ଗାଡ଼ି ଦଶରୁ ଅଧିକ ଶ୍ରମିକଙ୍କୁ ନେଇ ମୌଲାଭଣଜାରୁ ଗୁମ୍ମା ଅଭିମୁଖେ ଯାଉଥିଲା । ଚାଞ୍ଚଡ଼ାପଲ୍ଲୀ ରାସ୍ତାର ଏକ ମୋଡ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । କିଛି ଶ୍ରମିକ ଗାଡ଼ିରୁ ଡେଇଁ ପଡ଼ିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଗପହଣ୍ଡି ପୁଲିସ ତଦନ୍ତ କରୁଛି ।

jittmm
Leave A Reply

Your email address will not be published.