ଭୟାବହ ଅଗ୍ନିକାଣ୍ଡ : ଅଧଘଣ୍ଟାରେ ଜଳିଗଲା ଘର

ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଧଘଣ୍ଟାରେ ଜଳିଗଲା ଘର । ସୂଚନା ମୁତାବକ, ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପ୍ରତାପପୁର ଗାଁର ଗୁନି କୁଅଁରଙ୍କ ଚାଳ ଘରଟି ହଠାତ ଜଳି ଉଠିଥିଲା । ଶିବରାତ୍ରି ପାଇଁ ଗ୍ରାମବାସୀ ନିଜନିଜ କାମରେ ବ୍ୟସ୍ତଥିଲେ । ଆସି ନିଆଁ ଲିଭାଇବା ବେଳକୁ ଘରର ଚାରିପାର୍ଶ୍ୱରେ ନିଆଁ ବ୍ୟାପି ଯାଇଥିଲା ।

Leave A Reply

Your email address will not be published.