
ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଭାରତୀୟ ସମ୍ବିଧାନର ଜନକ ଭାରତ ରତ୍ନ ଡ଼ ଭିମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପ୍ରଥମେ ଆଦିବାସୀମାନେ ବାବା ସାହେବ୍ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ କରୋନା କଟକଣା ଜନିତ ନିରାଡମ୍ବର ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ ଯେ ସାମାଜିକ ବିପ୍ଳବର କ୍ରାନ୍ତୀକାରୀ ନେତା, ବିଶିଷ୍ଟ ଆଇନଜ୍ଞ, ମହାନ୍ ଶିକ୍ଷାବିତ, ରାଜନୈତିଜ୍ଞ, ସମ୍ବିଧାର ଜନକ ଭାରତ ରତ୍ନ ଡ଼ ଭିମରାଓ ଆମ୍ବେଦକର ଆଧୁନିକ ଭାରତ ତଥା ନବନିର୍ମାଣ ଭାରତର ପ୍ରମୁଖ ବିନ୍ଧାଣି ଥିଲେ । ତାଙ୍ଙ୍କ ଉତ୍ସର୍ଗୀକୃତ ଶ୍ରେଷ୍ଠ ଅବଦାନ ଯୋଗୁଁ ବିଶ୍ଵର ୧୯୩ ଦେଶ ଆମ୍ବେଦକର ଜୟନ୍ତୀ ଦିବସକୁ ବିଶ୍ଵ ଜ୍ଞାନ ଦିବସ ରୂପେ ପାଳନ କରୁଥିବା ବେଳେ ବ୍ରିଟିଶ କଲମ୍ବିଆ ଡ ଆମ୍ବେଦକର ସମାନତା ଦିବସ ରୂପେ ପାଳନ କରୁଛି ବୋଲି ମହାସଚିବ ଶ୍ରୀ ବିଶି ପ୍ରକାଶ କରିଥିଲେ । ଡ଼ ବି.ଆର ଆମ୍ବେଦକରଙ୍କ ତିନୋଟି ମହା ମନ୍ତ୍ର ଯଥା ଶିକ୍ଷିତ ହୁଅ, ସଂଘଟିତ ହୁଅ ଏବଂ ଅଧିକାର ହାସଲ ପାଇଁ ଲଢେଇ କର ଏହି ଦିକ୍ଷାରେ ଦିକ୍ଷିତ ହୋଇ ଆଦିବାସୀ ସମାଜ ଆଗେଇ ଆସିଲେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଶ୍ରୀ ବିଶି ଉଦବୋଧନ ଦେଇଥିଲେ । ଜୟନ୍ତୀ ସଭାରେ ସଂଘର ସଭାପତି ଅଷ୍ଟରନ୍ନ ବରିହା, ସଂପାଦକ ସାରଥୀ ବାଗ, ସଂଗଠକ ଘନଭୋଇ ,ଲେକୃ ଧରୁଆ, ଅଖିଳ ଭାରତୀୟ ଗୋଣ୍ଡୱ।ନା ଗଣ୍ଡ ମହାସଭାର ମହାସଚିବ ରାମଚନ୍ଦ୍ର ଧରୁଆଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।