ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ

ପିପିଲି : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା । ପିପିଲି ଉତ୍ତରା ନିକଟ ଦିଶା ଫାଉଣ୍ଡେସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୨୬ ବର୍ଷୀୟା ଶୁଭାଶିଷ ନାୟକ । ବୁଧବାର ରାତିରେ ଶୁଭାଶିଷଙ୍କୁ ପିଟିପିଟି ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ନବକୃଷ୍ଣ ନାୟକ । ଅଭିଯୋଗ ଆଧାରରେ ପିପିଲି ପୋଲିସ ଓ ଫରେନସିକ୍‌ ଟିମ୍‌ ଘଟମାସ୍ଥଳରେ ପହଞ୍ଚି ଆରମ୍ଭ କରିଛନ୍ତି ଛାନ୍‌ଭିନ୍‌ । ଶୁଭାଶିଷଙ୍କୁ ମାଡ ମରାଯାଇଥିବା ପ୍ଲାଷ୍ଟିକ ଲାଠି ଓ ସିସିଟିଭି ହାର୍ଡଡିସ୍କକୁ ଜବତ କରିଛି ପୋଲିସ । ହତ୍ୟାରେ ସଂପୃକ୍ତ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.