ଜେଏଆଇଏନ୍‌ଏ ସମ୍ମିଳନୀକୁ ସମ୍ବୋଧିତ କରବେ ଦଲାଇ ଲାମା

ୱାଶିଂଟନ୍‌ : ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ‘ଫେଡେରେସନ୍‌ ଅଫ୍‌ ଜୈନ ଆସୋସିଏଟ୍ସ ଇନ୍‌ ନର୍ଥ ଆମେରିକା’(ଜେଏଆଇଏନ୍‌ଏ)ର ଏକବିଂଶ ସମ୍ମିଳନୀରେ ଗୁରୁବାର ଦିନ ଏକ ବିଶେଷ ସମ୍ବୋଧନ କରିବେ । କାର୍ଯ୍ୟକ୍ରମର ଆୟୋଜକମାନେ ଏହି ସୂଚନା ଦେଇଛନ୍ତି ।

କୁହାଯାଇଛି ଯେ, ବିଶ୍ୱ ମହାମାରୀ କୋଭିଡ -୧୯ ହେତୁ ଏହି ସମ୍ମିଳନୀ ଅନଲାଇନରେ ଆୟୋଜିତ ହେଉଛି । ଏହାକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଏହି ୬ ଦିନିଆ ସମ୍ମିଳନୀ ଚଳିତ ବର୍ଷ ବିସ୍ତାର କରାଯାଇଛି । ଏଥିରେ ବ୍ରିଟେନ, କାନାଡା, ଭାରତ, ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶର ଲୋକ ସାମିଲ ହେବେ । ଏହି ସମ୍ମିଳନୀ ପାଇଁ ଏପର୍ୟ୍ୟନ୍ତ ୨୧ ଟି ଦେଶର ୭,୦୦୦ ଲୋକ ପଞ୍ଜୀକୃତ ହୋଇଛନ୍ତି ।

ଜେଏଆଇଏନ୍‌ଏ ହେଉଛି ଆମେରିକା ଏବଂ କାନାଡାର ୭୦ ରୁ ଅଧିକ ଉତ୍ତର ଆମେରିକୀୟ ଜୈନ ମନ୍ଦିରର ମାତୃ ସଂଗଠନ । ଏହି ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି “ଜୈନ ଧର୍ମ : ଶାନ୍ତି ପାଇଁ ଏକ ସ୍ଥାୟୀ ପଥ” । ଏହି ସଂଗଠନ ୧୯୮୧ରେ ପ୍ରତିଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।

Leave A Reply

Your email address will not be published.