ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଗ୍ନୀକୁ ସାକ୍ଷୀ ରଖି ବିବାହ କରିଥଲେ । ଆଉ ସୁଖଦୁଃଖରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ସ୍ୱାମୀ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା । ଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାଶିନୀପଦର ଗାଁରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଶୁକ୍ରବାର ସକାଳେ ସ୍ୱାମୀ ମିଥୁନ ଡିଗାଲ ଓ ସ୍ତ୍ରୀ ହେମଲତା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ଧିରେଧିରେ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଥୁନ ଟାଙ୍ଗିଆରେ ହେମଲତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରି ଗୁରୁତର କ୍ଷତି କରିଥିଲା । ଫଳରେ ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ହେମଲତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଅବ୍ୟାହତ ରଖିଛି ।

Leave A Reply

Your email address will not be published.