ଲକ୍ଷେଘର ଗଣ୍ଡାସମାଜ ଦ୍ୱାରା ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ଦ୍ୱାରା ବାବା ସାହେବ ଆମ୍ବେଦକରଙ୍କର ୧୩୧ତମ ଜୟନ୍ତୀ ପାଳନ କରାଯାଇଛି । ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସଭାପତି ତେଜରାଜ ସୁନା ସର୍ବ ପ୍ରଥମେ ପଦ୍ମପୁର ସହର ପ୍ରେବେଶ ପଥରେ ଥିବା ବାବା ସାହେବଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆମ୍ବେଦକର ପ୍ରେମୀ ଜଗନ୍ନାଥ ଲୁହାର, ଭକ୍ତଚରଣ ଲୁହାର, ପ୍ରଦୀପ ମହାନନ୍ଦ, ନିରଞ୍ଜନ ମହାନନ୍ଦ ଚିତରଞ୍ଜନ ଛାତ୍ତର ଅବସରପ୍ରାପ୍ତ ସେନା ବୈରାମ ସିଂ ବାଗ ଓ ଅନ୍ୟାନ୍ୟ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ । ତେଜରାଜ ସୁନା ଆମ୍ବେଦକରଙ୍କର ଜୀବନୀ ଉପରେ ଆଲୋକପାତ କରି ତାଙ୍କର ଆଦର୍ଶ ବିଚାର ଧାରକୁ ଆଗେଇ ନେବାକୁ ଉପସ୍ଥିତ ଆମ୍ବେଦକର ପ୍ରେମୀମାନଙ୍କୁ ଆହ୍ୱାନ କରିଥିଲେ । ଶେଷରେ ଜଗନ୍ନାଥ ଲୁହାର ଧନ୍ୟବାଦ ଅପର୍ଣ କରିଥିଲେ ।

Leave A Reply

Your email address will not be published.