+୨ ମେଧାବୀଙ୍କୁ ଲାପ୍‌ଟପ୍‌ ସହାୟତା ଆବେଦନ ତାରିଖ ବୃଦ୍ଧି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ତରଫରୁ ବହୁ ମେଧା ଓ ମେଧାବୀଙ୍କ ମୂଲ୍ୟାୟନ କରାଯାଉଛି । ସଂପ୍ରତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ସରକାର +୨ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ ପାଇଁ ସହାୟତା ରାଶି ପ୍ରଦାନ କର‍ଯିବା ନିମନ୍ତେ ଏକ ତାଳିକା ପ୍ରକାଶିତ ହୋଇଛି । ଏଥିରେ ଛାତ୍ର ଛାତ୍ରୀମାନେ ତା ୨୯/୩/୨୦୨୨ ଦିବା ଘ ୯.୩୦ରୁ ପଂଜିକରଣ କରିପାରିବେ ବୋଲି ନିର୍ଦେଶ ରହିଛି । ପଂଜିକରଣ ନିମନ୍ତେ ପୋର୍ଟାଲରେ ଆଧାର ଓ ସଂଯୋଜିତ ମୋବାଇଲ ନଂ.କୁ ନିତାନ୍ତ ଜରୁରି କରାଯାଇଛି । ତା ୧୦/୪/୨୦୨୨ ଆବେଦନର ଅନ୍ତିମ ତାରିଖ ରହିଛି ଓ ଏ ମଧ୍ୟରେ ୧/ ୪ ଉତ୍କଳ ଦିବସ. ୩ / ୪ ରବିବାର ୯ /୪ ଦ୍ବିତୀୟ ଶନିବାର ୧୦/ ୪ ରବିବାର ଛୁଟି ଦିନ ଥିବାରୁ ପୋର୍ଟାଲ ବନ୍ଦ ହେବାର ସରକାରୀ ନିୟମ ଅଛି । ବିଭିନ୍ନ ସମୟରେ ଉଡାଇ ପୋର୍ଟାଲର ସର୍ଭର କାମ କରୁନି । ଅପରପକ୍ଷରେ ଉଡାଇ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ଆଧାର ସହ ମୋବାଇଲ ସଂଯୋଗ କରାଇବାକୁ ଆବେଦନ କରିଛନ୍ତି । ଏହାର ଅପଡେଟେସନ ପାଇଁ ଅତି କମ୍‌ରେ ୭ ଦିନରୁ ୯୦ ଦିନ ଲାଗୁଛି । ଏଣୁ ବହୁତ ଛାତ୍ରଛାତ୍ରୀ ଆବେଦନ କରି ପାରୁନଥିବା କାରଣରୁ ସରକାରଙ୍କ ଯୋଜନାର ଲାଭ ପାଇବାରୁ ବଂଚିତ ରହୁଥିବା ଚର୍ଚ୍ଚା ହେଉଛି ଓ ଆବେଦନର ଅନ୍ତିମ ତାରିଖ ବୃଦ୍ଧି କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!