csstore

ଜଳ ଓ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଶାଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସମ୍ମିଳନୀ କକ୍ଷରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜଳ ଏବଂ ସଂରକ୍ଷଣ ବିଭାଗ ସହିତ ଏକ ଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, କୃଷି ବିଭାଗ ଏଟିଏମ୍‌ ଶ୍ୟାମ ପଦ ଭଞ୍ଜ, ମିଳନ କୁମାର ଗୋଛୟତ, ମୃତ୍ତିକା ସଂରକ୍ଷଣ ବିଭାଗ କ୍ଷେତ୍ର ଅଧିକାରୀ ହରିବନ୍ଧୁ ଧରୁଆ, ମହିଳା ଚାଷୀ ଗୌରୀ ଦୀପ, ଯୁବ ଚାଷୀ ତିରଞ୍ଜି ମେର୍ଲି, ଦ୍ରୋଣ ସାହୁ, ବିରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବର୍ଷା ଜଳ ଅମଳ, ମୃତ୍ତିକା ସୁରକ୍ଷା ଉପରେ ଭିନ୍ନ ଭିନ୍ନଉପାୟ ଗୁଡିକ ଉପରେ ମତ ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କର୍ମୀ ପ୍ରଦୀପ କୁମାର ସାହୁ, କିଶୋର ଦାଶ ସଂଯୋଜନା କରିଥିବା ବେଳେ ଚାଷୀ ନେତା ଗୋପୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.