ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଶବକୁ ସସମ୍ମାନର ସହ ସତ୍କାର କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଘରଲାର ରମେଶ ଝାଙ୍କର ବହୁ ଦିନରୁ ବଲାଙ୍ଗିର କାରାଗାରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଥିଲା । ପରେ ତାଙ୍କ ପରିବାର ଲୋକ ପହଂଚିବା ପରେ ଶବକୁ ନେଇ ସତ୍କାର କରିବା ପାଇଁ ସାମର୍ଥ୍ୟ ହୋଇ ପାରିନଥିଲେ । ପରେ ଜେଲ କର୍ତୃପକ୍ଷଙ୍କୁ ଠୁ ଖବର ପାଇବା ପରେ ଶବ ବ୍ୟବଚ୍ଛେଦ ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମର୍ଯ୍ୟାଦା ସହ ସ୍ଥାନୀୟ ବିଭୁତି ପଡା ସ୍ମଶାନରେ ଶବ ସତ୍କାର କରାଯାଇଥିଲା । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ପ୍ରିତମ ବରାଡ଼, କନ୍ଦର୍ପ ରଣା, ହେମନ୍ତ ଛୁରିଆ, ପ୍ରତୀକ ସାହୁ, ରଜତ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.