ଗଛ ଲଗାଇଥିଲା ଜଙ୍ଗଲ ଏବଂ ପରିବେଶ ବିଭାଗ, ପୋଡ଼ିଦେଲା ପୂର୍ତ୍ତ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିପଥର ଛକ ଠାରୁ ବିଜୁ ଏକ୍ସପ୍ରେସ ସଡ଼କର ଅନତି ଦୂରରେ ଗୁଦେରପାଲି ପଟକୁ ଗଲାବେଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ଯାହାକି ସମଗ୍ର ଅଞ୍ଚଳର ପରିବେଶ ପ୍ରେମୀଙ୍କ ହୃଦୟରେ କୁଠାରାଘାତ କରିଛି । ସୂଚନା ଅନୁସାରେ କିଛି ବର୍ଷ ପୂର୍ବରୁ ରାସ୍ତାର ଉଭୟ କଡ଼ରେ ଓଡ଼ିଶା ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ ସୁନ୍ଦର ବୃକ୍ଷ ରୋପଣ କରାଯାଇଥିଲା ଯାହାକି ବର୍ତ୍ତମାନ ସବୁଜିମାରେ ପରିପୂର୍ଣ୍ଣ ହୋଇ ଉଠିଥିଲା । ରାସ୍ତାରେ ଗଲାବେଳେ ଛାଇ ପ୍ରଦାନ କରିବା ସହ ଗଛଗୁଡ଼ିକ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା କିନ୍ତୁ କିଛି ଦିନ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା କଡ଼ରେ ଥିବା ଲଟା ବୁଦା ସଫା କରିବା ବାହାନାରେ ସେଗୁଡ଼ିକୁ ପୋଡ଼ି ଦିଆଯାଇଛି ଯାହାକି ଅଞ୍ଚଳବାସୀଙ୍କ ମନକୁ କଷ୍ଟ ପ୍ରଦାନ କରିଛି । ବର୍ତ୍ତମାନ ଅଞ୍ଚଳରେ ମହୁଲ ଫୁଲ ଗୋଟେଇବା ସମୟରେ ମଧ୍ୟ ଏମିତି ଜମିକୁ ପୋଡ଼ି ଦିଆଯାଉଛି କିନ୍ତୁ ଏଠାରେ ଗୋଟିଏ ବିଭାଗ ଅନ୍ୟ ବିଭାଗର କାମ କରିଥିବା ଜିନିଷକୁ ଜାଣିଶୁଣି ପୋଡ଼ି ଦେଇଥିବା ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ବୃନ୍ଦ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.