ବଲାଙ୍ଗିରରେ ସର୍ବ ଭାରତୀୟ ଧର୍ମଘଟ : ପ୍ରଥମ ଦିନରେ ଅଖ ଚକ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଶାସନାଧିନ ଜନ ବିରୋଧୀ କୃଷି ଓ କୃଷକ ବିରୋଧୀ, ଶ୍ରମ ଶ୍ରମିକ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ ମୋଦୀ ସରକାରଙ୍କ ବିମୁଦ୍ରିକରଣ ଓ ପେଟ୍ରୋଲ ଜାତ ଦ୍ରବ୍ୟରୁ ସର୍ବାଧିକ ଟିକସ ଅସୁଲ ଯୋଗୁଁ ଗତକାଲିି ସମ୍ପୂର୍ଣ୍ଣ ଭାରତ ବର୍ଷରେ ଖଟିଖିଆ ଗରିବ ମେହେନତି ମଣିଷ ଓ ମଧ୍ୟବିତ୍ତ ପରିବାର ଜୀବନ ଜିବିକା ଦୁର୍ବିସହ ହୋଇ ପଡିଛି । ଦେଶର ଅର୍ଥନୀତି ଆଜି ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବା ବେଳେ, ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି, ଦେଶକୁ ଧ୍ୱଂସାଭିମୁଖୀ ଆଡକୁ ଟାଣି ନେଉଥିବା ମୋଦୀ ସରକାରଙ୍କ ଜନ ବିରୋଧୀ ନୀତିକୁ ବନ୍ଦ କରିବା ପାଇଁ ଆଜି ଭାରତ ବର୍ଷର ସମସ୍ତ ୧୦ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ବିଭିନ୍ନ ସ୍ୱାଧିନ ଫେଡେରେସନ ଓ ୟୁନିୟନ ମିଳିତ ଭାବରେ ସୋମବାର, ମଙ୍ଗଳବାର ଦୁଇ ଦିନ ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି, ଏହି ଅବସରରେ ସୋମବାର ସକାଳୁ ସହରର ପୋଷ୍ଟ ଅଫିସ, ବ୍ୟାଙ୍କ, କୋର୍ଟ, ଉପଜିଲ୍ଲାପାଳ ଓ ରେଲୱେ ଷ୍ଟେସନକୁ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ଯାଇ ପିକେଟିଂ କରି ବନ୍ଦ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ଓ ବିଶିଷ୍ଟ ଶ୍ରମିକ ତଥା କୃଷକ ସଂଗଠନର କର୍ମକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହି ସମ୍ପୂର୍ଣ୍ଣ ରାଜପଥକୁ ବନ୍ଦ କରି ଦେଇଥିଲେ । ଏହି ଅବସରରେ ୟୁନାଇଟେଡ୍‌ ଟ୍ରେଡ ୟୁନିୟନର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ମୋଦୀ ସରକାରଙ୍କ ଏକଛତ୍ରବାଦ ଶାସନ ଓ ପୁଞ୍ଜିପତି ସପକ୍ଷବାଦୀ ମୋଦୀ ସରକାରଙ୍କ ସମାଲୋଚନା କରିଥିଲେ । ଆଇଏନ୍‌ଟିୟୁସି ସଭାପତି କୃଷ୍ଣଚନ୍ଦ୍ର ସାହୁ ବିମୁଦ୍ରିକରଣ ଓ କରୋନା ମହାମାରୀର ସୁଯୋଗ ନେଇ ମୋଦୀ ସରକାର ପେଟ୍ରୋଲ ଜାତ ଦ୍ରବ୍ୟରୁ ସର୍ବାଧିକ ଟିକସ ଅସୁଲି କରୁଥିବାର ପ୍ରତ୍ୟହ ନିତ୍ୟବ୍ୟବହାକ ସାମଗ୍ରୀର ଦରଦାମ ଆକାଶ ଛୁଆ ହେଇଛି ବୋଲି ମତ ପ୍ରକାଶ ପାଇଥିଲା । ଆହୁରୀ ମଧ୍ୟ କୁହାଯାଇଥିଲା ଯେ, ବେରୋଜଗାର ଅନିୟନ୍ତ୍ରିତ ଓ ଲକ୍ଷ ଲକ୍ଷ ଶ୍ରମିକ ନିଜର ଜୀବନ ଜିବିକା ହରାଇ ଆଜି ଦୁର୍ଦ୍ଦଶା ଭୋଗୁଛନ୍ତି । ଦେଶରେ କୋଟି କୋଟି ଗରିବ ଓ ମଧ୍ୟବିତ୍ତ ପରିବାରର ଆୟ ୮୦% ରୁ ୧୦% କୁ ଖସି ଯାଇଛି । ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ହୋଇଥିବା ୪୪ ଗୋଟି ଶ୍ରମ ଆଇନକୁ ଚାରିଗୋଟି ଲେବର କୋଡରେ ପରିଣତ କରାଯାଇଛି । ତାର ପ୍ରତ୍ୟାହାର, ଚୁକ୍ତି ଭିତ୍ତିକ ଶ୍ରମିକଙ୍କୁ ସ୍ଥାୟୀ କରିବା ଓ ଆଶା, ଅଙ୍ଗନୱାଡି ତଥା ପାଚିକାଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ମାସିକ ଦରମା ୨୬ହଜାର ପ୍ରଦାନ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣକୁ ବନ୍ଦ କରିବା, କୃଷି ଓ କୃଷକର ଦାବୀକୁ ମାନି ନେବା ଇତ୍ୟାଦି ଦାବୀ ଗୁଡିକ ପ୍ରତିବାଦ ସଭାର ବିଭିନ୍ନ ବକ୍ତା ସଭାରେ ଜଣାଇଥିଲେ । ଏହି ସଭାରେ ଯୁବ କୃଷକ ନେତା ଆକାଶ କୁମାର ମିଶ୍ର, ଆଶା କର୍ମୀ ସଂଘ ସଭାପତି ତିର୍ଥ ପଧାନ, କୃଷକ ନେତା ଚଗଲା ପରିଚ୍ଛା, ଅରୁଣ ମିଶ୍ର, ପ୍ରେମାନନ୍ଦ ଭୋଇ, ମଧୁ ସୁଦନ କ୍ଷେତୀ, ଅନିରୁଦ୍ଧ ମହାପାତ୍ର, ୟୁଜିବି ବ୍ୟାଙ୍କ ସଭାପତି ପୁଲିନ ମିଶ୍ର, ବରିଷ୍ଠ ସମାଜସେବୀ ବିଧୂଭୂଷଣ ତ୍ରିପାଠୀ, ଅନଙ୍ଗ ଠାକୁର, ଆଲୋକ ବିଶ୍ୱାଲ, ଜିଲ୍ଲା ଆଶା କର୍ମୀ ସଂଘରୁ ଉମି ଗୁପ୍ତା, ଦୁର୍ଯ୍ୟୋଧନ ବିଶ୍ୱାଳ, ସାସ୍ୱତା ଦାଶ, ପ୍ରଭାସିନୀ ରାୟ, ମାନସି ସ୍ୱାଇଁ, ରାଜେଶ ନନ୍ଦ, ସାହେବ ନନ୍ଦ, ପାଚିକା ସଂଘରୁ ଜଗବନ୍ଧୁ ବେହେରା, ପ୍ରୀତମ ଠାକୁର ପ୍ରମୁଖ ଯୋଗ ଦେଇଥିଲେ । ତେବେ ମଙ୍ଗଳବାର ବନ୍ଦର ଦ୍ୱିତୀୟ ଦିନରେ ସହରର କିଛି ଅଂଚଳରେ ସାଧାରଣ ଗତିବିଧି ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.