oom

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ବୈଠକ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଭ୍ୟା ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ଓମ୍‌କାର ମନ୍ତ୍ର ଓ ଆଜୀବନ ସଦସ୍ୟା ସୁଶ୍ରୀ ସବିତା ଭୋଇ ମା’ ସରସ୍ୱତୀଙ୍କ ବନ୍ଦନା ଗାନ କରିଥିଲେ । ତା’ପରେ ପ୍ରାନ୍ତୀୟ କର୍ମକର୍ତ୍ତାମାନେ ବଲାଙ୍ଗିର ଶାଖାର ନବ ମନୋନୀତ କର୍ମକର୍ତ୍ତାମାନଙ୍କୁ ଶପଥ କରାଇଥିଲେ । ତା’ ପରେ ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭାକୁ ଆଗେଇ ନେଇଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି ଡ.ରଘୁନାଥ ପଣ୍ଡା ଭାରତୀୟ ସଂସ୍କୃତିରେ ଦେବୀ ସରସ୍ୱତୀ ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ତା’ପରେ ରାମଚନ୍ଦ୍ର ପଟେଲ, ରାଜମଣୀ ସାହୁ, ସବାଷ ଚନ୍ଦ୍ର ପଣ୍ଡା ମତାମତ ରଖିଥିଲେ । ପରିଶେଷରେ ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ହେମନ୍ତ ମୁଣ୍ଡ ଶାନ୍ତି ମନ୍ତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠକ ନାରାୟଣ ନାୟକ, ସଂପାଦକ ଧର୍ମବ୍ରତ ରଥ, ଶିବପ୍ରିୟା ମିଶ୍ର, ଜଗଦୀଶ୍ୱର ମୁଣ୍ଡ, କସ୍ତୁରୀ ରଥ, ସତ୍ୟାନନ୍ଦ ବିଶ୍ୱାଳ, ଚିନ୍ମୟୀ ଦାସ, ସନ୍ତୋଷ କୁମାର ମହାପାତ୍ର, ରାମକୃଷ୍ଣ ତ୍ରିପାଠୀ, ମୃତ୍ୟୁଞ୍ଜୟ ପଣ୍ଡା, ପ୍ରମୋଦ କୁମାର ଠାକୁର, ଗତିକୃଷ୍ଣ ପାଣିଗ୍ରାହୀ, ବିଦ୍ୟୁତପ୍ରଭା ବେହେରା, ଡ.କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଣତି ମିଶ୍ର ଆଦି ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.