oom

ଧାନ ବୋଝେଇ ଟ୍ରକ୍‌ ଅଟକ

jsmm

ଆଗରପଡ଼ା : କାଦବରାଙ୍ଗ ପଞ୍ଚାୟତ ସ୍ଥିତ ଭଗାରାମ ଗ୍ରାମର ଚାଷୀମାନେ ଏକ ଟ୍ରକ୍‌ରେ ଧାନବସ୍ତା ଲଦା ହୋଇ ଯାଉଥବା ଦେଖିବାକୁ ପାଇ ଟ୍ରକ୍‌(ଓଆର୍‌-୨୨-ସି-୦୭୫୯)କୁ ଅଟକାଇବା ସହ ବୁଝାବୁଝି କରିଥିଲେ । ଏହି ସମୟରେ ଡ୍ରାଇଭର ପୁରୁଷଣ୍ଢ ସେବା ସମବାୟ ସମିତିର ଚାଲାଣ ଦେଖାଇ ଥିଲେ । ଚାଷୀମାନେ ନିଜ ଧାନ ବିକ୍ରି ପାଇଁ ସମିତିରୁ ଟୋକନ୍‌ ପାଇଥିଲେ ସୁଦ୍ଧା ତାଙ୍କ ଧାନ ସମିତି ନନେଇ ଅନ୍ୟ ଚାଷୀଙ୍କ ଧାନ କେମିତି ନେଉଛି ବୋଲି ସନ୍ଦେହ ପ୍ରକାଶ କରି ଥାନାକୁ ଖବର ଦେଇଥିଲେ । ପୁଲିସ ପହଂଚି ଧାନ ବୋଝେଇ ଟ୍ରକ୍‌କୁ ଥାନାକୁ ଆଣି ଅଟକ ରଖିଥିଲା । ଚାଷୀମାନେ ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବନ୍ତ ମାକେର୍ଟିଂ ଇନ୍‌ସପେକ୍ଟର ଥାନାରେ ପହଂଚି ଟ୍ରକ୍‌ ଡ୍ରାଇଭରଙ୍କୁ ଘଟଣା ବାବଦରେ ପଚରାଉଚରା କରିଥିଲେ । ପରେ ସେମାନେ ସମିତି କାର୍ଯ୍ୟାଳୟକୁ ଯାଇ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ଟ୍ରକ୍‌ରେ ଥିବା ଧାନ ବାବଦ ଚାଲାଣ ଇସ୍ୟୁ କରାଯାଇ ନାହିଁ । ଏମିତି କରି ସମବାୟ ସମିତିକୁ ବଦନାମ କରିବା ପାଇଁ ଉଦ୍ୟମ ହେଉଛି ବୋଲି ପୁରୁଷଣ୍ଢ ସେବା ସମବାୟ ସମିତିର ସଂପାଦକ ନିତ୍ୟାନନ୍ଦ ନାୟକ କହିଛନ୍ତି ଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରି ସମୟରେ ଧାନର ଚାଲାଣ ନେଇ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହ ଟୋକନ୍‌ ପାଇଥିବା ଚାଷୀଙ୍କ ଠାରୁ ସମିତି ତୁରନ୍ତ ଧାନ କ୍ରୟ କରୁ ବୋଲି କାଦବରାଙ୍ଗ ଅଞ୍ଚଳର ଯୁବନେତା ବିଷ୍ଣୁ ଦାସ, ବାସୁଦେବ ଯେନା, ରମେଶ ପହି, ସନାତନ ସାହୁ ପ୍ରମୁଖ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.