oom

ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ବଲାଙ୍ଗିରର ଆଂଚଳିକ ସମ୍ମିଳନୀରେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ହିତ ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ଘରୋଇକରଣ ଉଦ୍ୟମ ପ୍ରତ୍ୟାହାର କରିବାକୁ ଆଜି ବଲାଙ୍ଗିରଠାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀ ସଂଘର ଆଂଚଳିକ ସମ୍ମିଳନୀରେ ତୀବ୍ର ମତ ପ୍ରକାଶ ପାଇଛି । ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଆଂଚଳିକ ସମ୍ମିଳନୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ସଭାପତି କମ୍ରେଡ୍‌ ନିତ୍ୟାନନ୍ଦ ବେହେରା, ସାଧାରଣ ସଂପାଦକ ସୁରେଶ କୁମାର ଦାଶ, ଆଂଚଳିକ ବ୍ୟବସାୟ କାର୍ୟ୍ୟାଳୟର କମ୍ରେଡ୍‌ ଭରତ ଚନ୍ଦ୍ର ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ସମବାୟ ସମିତି ଲିମିଟେଡ଼ର କମ୍ରେଡ୍‌ ଗଙ୍ଗା ପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର ମୋଡେ଼ଲର ସହକାରୀ ସାଧାରଣ ସମ୍ପାଦକ କମ୍ରେଡ୍‌ ଚିଂତ୍ତରଂଜନ ପଣ୍ଡା, ପୂର୍ବତନ ସହକାରୀ ସାଧାରଣ ସମ୍ପାଦକ ସମ୍ବଲପୁର ମୋଡୁଲ କମ୍ରେଡ଼୍‌ ଉପେନ୍ଦ୍ର ପ୍ରସାଦ ପଣ୍ଡା, ପୂର୍ବତନ ସହ ସାଧାରଣ ସମ୍ପାଦକ ସମ୍ବଲପୁର ମୋଡୁଲ ଅଶୋକ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେବୀ ସମଲେଶ୍ୱରୀଙ୍କ ଫଟୋରେ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘ ନେତା ସ୍ୱର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରି ଅଧିବେଶନକୁ ଆରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ତଥ୍ୟ ବିସିସିଆଇର ମନୋନୀତ ସଦସ୍ୟ ହରିନାରାୟଣ ପୁଜାରୀଙ୍କୁ ଅଙ୍ଗବସ୍ତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । କାର୍ୟ୍ୟକ୍ରମକୁ ସମ୍ବଲପୁର ମୋଡ଼ୁଲର ସହରକାରୀ ସମ୍ପାଦକ ଭୋଳାନାଥ ମେହେର, ସହ ସାଧାରଣ ସମ୍ପାଦକ ରୋହିତ କୁମାର ଶତପଥି, ଓ ଜୋନାଲ ସମ୍ପାଦକ ରୂପେଶ ଦଲାଇ କାର୍ୟ୍ୟକୁ ପରିଚାଲନା କରିଥିଲେ ।

jittmm
Leave A Reply

Your email address will not be published.